୨୦୧୮-୧୯ରେ ୭୧,୫୪୩ କୋଟିର ବ୍ୟାଙ୍କ ଠକେଇ

ମୁମ୍ବାଇ,୨୯-୮: ଦେଶରେ ଗତ ଆର୍ଥିକ ବର୍ଷ ବ୍ୟାଙ୍କ ଠକେଇ ମାମଲା ବାର୍ଷିକ ଆଧାରରେ ୧୫% ବୃଦ୍ଧି ପାଇଛି। ଏହି ସମୟରେ ଠକେଇ ପରିମାଣ ୭୩.୮% ବଢ଼ି ୭୧,୫୪୨.୯୩ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୨୦୧୮-୧୯ ଆର୍ଥିକ ବର୍ଷରେ ୬୮୦୧ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଦେଶରେ ଏବେ ନଗଦ ଅର୍ଥର ପରିମାଣ ୧୭% ବୃଦ୍ଧି ପାଇ ୨୧.୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ରିପୋର୍ଟରେ କୁହାଯାଇଛି ଯେ, ଆର୍‌ବିଆଇର କଣ୍ଟିଜେନ୍ସି ଫଣ୍ଡ ପରିମାଣ ହ୍ରାସ ପାଇ ୧,୯୬,୩୪୪ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ଏହା ୨,୩୨,୧୦୮ କୋଟି ଟଙ୍କା ଥିଲା। ଅତିରିକ୍ତ ପାଣ୍ଠିରୁ ଆର୍‌ବିଆଇ ସରକାରଙ୍କୁ ୫୨,୦୦୦ କୋଟି ଟଙ୍କା ଦେବାକୁ ଯାଉଛି। ସେହିପରି ବଳକା ପାଣ୍ଠିରୁ କେନ୍ଦ୍ରୀୟ ବ୍ୟାଙ୍କ ୧.୨୩ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ଘୋଷଣା କରିସାରିଛି। ରିପୋର୍ଟ ଅନୁଯାୟୀ ଆର୍‌ବିଆଇର ଘରୋଇ ସ୍ରୋତରୁ ଆୟ ଜୁନ୍‌ ୩୦ରେ ଶେଷ ହୋଇଥିବା ଅବଧିରେ ୧୩୨.୦୭ ପ୍ରତିଶତ ବଢ଼ି ୧,୧୮,-୭୮ କୋଟି ଟଙ୍କା ରହିଛି, ଯାହା କି, ପୂର୍ବବର୍ଷ ୫୦,୮୮୦ କୋଟି ଟଙ୍କା ଥିଲା।

Share