୨୦୧୯ରେ ଆଫଗାନିସ୍ତାନରେ ୭,୪୨୩ ବୋମା ମାଡ଼ କରିଛି ଆମେରିକା

ଓ୍ବାଶିଂଟନ,୨୯।୧: ଆଫଗାନିସ୍ତାନରେ ୨୦୧୯ରେ ଆମେରିକା ୭,୪୨୩ ବୋମା ମାଡ଼ କରିଥିଲା। ଏନେଇ ଆମେରିକା ଏୟାର ଫୋର୍ସ ସେଣ୍ଟ୍ରାଲ୍‌ କମାଣ୍ଡ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ୨୦୧୮ରେ ଆଫାଗାନିସ୍ତାନରେ ଆମେରିକା ୭,୩୬୨ ବୋମା ମାଡ଼ କରିଥିଲା ବୋଲି ଏଥିରେ ଦର୍ଶାଯାଇଛି। ବୋମାମାଡ଼ ଯୋଗୁ ୨୦୧୯ରେ ୭୧୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି। ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଆମେରିକା ପକ୍ଷରୁ ଜାରି ରହିଥିବା ଯୁଦ୍ଧରେ ଏହି ସଫଳତା ମିଳିଥିବା ପେଣ୍ଟାଗନ୍‌ କହିଛି।

Share