Categories: ବାଣିଜ୍ୟ

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ। ଏଠାରେ ସବୁ ଧର୍ମ ଓ ବହୁ ଭାଷାର ଲୋକେ ଏକାଠି ମିଳିମିଶି ରୁହନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଦେଖାଯାଇଥିଲା ଯେ ଭାରତ ବହୁ ଉନ୍ନତି ଆଡକୁ ଗତି କରୁଛି। ତେବେ ଦେଶ ପ୍ରଗତି ପଛରେ ରାଜ୍ୟର ପ୍ରଗତି ବହୁ ମହତ୍ତ୍ୱ ରଖିଥାଏ।  ୨୦୧୯ରେ ଭାରତର୧୦ଟି ଧନୀ ରାଜ୍ୟର ଏକ ତାଲିକା ପ୍ରକାଶ ପାଇଛି। କେଉଁ ରାଜ୍ୟ ଧନୀ ବା ଗରିବ ତାହା ତା’ର ଜିଡିପିରୁ ଜଣାପଡ଼ିଥାଏ।
୧.ମହାରାଷ୍ଟ୍ର: ମୁମ୍ବାଇକୁ ଭାରତର ଆର୍ଥିକ ରାଜଧାନୀ ବୋଲି କୁହାଯାଏ। ମହାରାଷ୍ଟ୍ରର ବର୍ତ୍ତମାନ ବାର୍ଷିକ ଆୟ ହେଉଛି ୨୭.୯୬ ଲକ୍ଷ କୋଟି ଟଙ୍କା।
୨.ତାମିଲନାଡୁ: ସେହିପରି ତାମିଲନାଡ଼ୁର ଚଳିତ ବର୍ଷର ଜିଡିପି ରହିଛି ୧୫.୯୬ଲକ୍ଷ କୋଟି ଟଙ୍କା।
୩. ଗୁଜରାଟ: ଏହି ରାଜ୍ୟକୁ ପବିତ୍ର ଓ ମହାତ୍ମାଗାନ୍ଧୀଙ୍କ ଜନ୍ମଭୂମି ବୋଲି ଜଣାଯାଏ। ଦେଶର ସବୁଠାରୁ ପ୍ରଭାବଶାଳୀ ରାଜ୍ୟ କୁହାଯାଉଥିବା ଗୁଜରାଟର ଚଳିତ ବର୍ଷ ଜିଡିପି ରହିଛି ୧୪.୯୬ଲକ୍ଷ କୋଟି ଟଙ୍କା।
୪.ଉତ୍ତର ପ୍ରଦେଶ: ଚଳିତ ବର୍ଷ ଏହି ରାଜ୍ୟର ୧୪.୮୯ ଲକ୍ଷ କୋଟି ଟଙ୍କାର ଜିଡିପି ରହିଛି। ଏଠାରେ ଜନସଂଖ୍ୟା ଅଧିକ ଥିବାରୁ ଏଠାରେ କାମ କରିବା ପାଇଁ ମଧ୍ୟ ଅଧିକ ଲୋକ ରହିଛନ୍ତି। ଯାହା ଏହି ରାଜ୍ୟକୁ ବିକଶିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖୁଥିବା ଜଣାପଡ଼ିଛି।
୫.କର୍ନାଟକ: ଦକ୍ଷିଣ ଭାରତର ଏହି ରାଜ୍ୟକୁ ବିକଶିତ ରାଜ୍ୟ ଭାବେ ଜଣାଯାଏ। ଏହାର ଜିଡିପି ୧୪.୦୮ଲକ୍ଷ କୋଟି ଟଙ୍କା ରହିଛି।
୬.ପଶ୍ଚିମ ବଙ୍ଗ: ସେହିପରି ପଶ୍ଚିମ ବଙ୍ଗ ଦେଶର ୬ଷ୍ଠ ଧନୀ ରାଜ୍ୟ ଭାବେ ଜଣାଯାଏ। ଚଳିତ ବର୍ଷ ଏହି ରାଜ୍ୟର ଜିଡିପି ରହିଛି ୧୦.୮୨ ଲକ୍ଷ କୋଟି ଟଙ୍କା।
୭.ଆନ୍ଧ୍ର ପ୍ରଦେଶ: ଏହି ରାଜ୍ୟରେ ନୌସେନା ଓ ରୋକେଟ ଲଞ୍ଚିଂ ସେଣ୍ଟର ରହଛି। ଆୟ ପାଇଁ କପା ଚାଷ ମୁଖ୍ୟ ଭୂମିକା ବହନ କରୁଥିବା ବେଳେ ଚଳିତ ବର୍ଷ ଏହାର ଜିଡିପି ୮.୭୦ଲକ୍ଷ କୋଟି ଟଙ୍କା ରହିଛି।
୮.ତେଲେଙ୍ଗାନା: ନିକଟରେ ଗଠିତ ହୋଇଥିବା ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶରୁ ଅଲଗା ହୋଇ ସଫଳ ଓ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ତୀବ୍ର ଗତିରେ ବୃଦ୍ଧି ପାଉଥିବା ଏହି ରାଜ୍ୟର ଜିଡିପି ୮.୪୩ଲକ୍ଷ କୋଟି ଟଙ୍କା ରହିଛି।
୯.ରାଜସ୍ଥାନ: ମରୁଭୂମୀ ଅଞ୍ଚଳ ରୂପେ ଜଣାଶୁଣା ରାଜସ୍ଥାନର ବର୍ତ୍ତମାନର ଆୟ ରହିଛି ୮.୪୦ଲକ୍ଷ କୋଟି ଟଙ୍କା। ଏହାର ଆର୍ଥିକର ମୁଖ୍ୟ ସାଧନ ହେଉଛି ପର୍ଯ୍ୟଟକ।
୧୦.ମଧ୍ୟପ୍ରଦେଶ: ଭାରତର ହୃଦୟ କୁହାଯାଉଥିବା ମଧ୍ୟପ୍ରଦେଶରେ ବର୍ତ୍ତମାନର ଜିଡିପି ହେଉଛି ୮.୨୬ ଲକ୍ଷ କୋଟି।

Share