Categories: ଜାତୀୟ

୨୦୧୯ରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି: ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀର ଲକ୍‌ଡ଼ାଉନ୍‌ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଛି। ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି। ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେତେକ କଟକଣା ଜାରି କରିବାର ଆବଶ୍ୟକତା ରହିଛି। ଜମ୍ମୁ-କଶ୍ମୀରରେ ମୋଟ ୭୧ ହଜାର ୩୮ ଆତଙ୍କବାଦୀ ସକ୍ରିୟ ଥିଲେ। ସେମାନଙ୍କର ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ଯୋଗୁ ୧୪ ହଜାରରୁ ଅଧିକ ଲୋକ ଏବଂ ୫ ହଜାର ୨ ଶହ ୯୨ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ବାଧୀନତା ପରେ ପଶ୍ଚିମ ପାକିସ୍ତାନରୁ ୨୦ ହଜାର ଲୋକ ଏଠାକୁ ଆସିଥିଲେ। ଏବେ ସେମାନଙ୍କ ପାଖରେ ସାଧାରଣ ସୁବିଧା ସୁଯୋଗ ପହଞ୍ଚିବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଅଗଷ୍ଟ ୫ଠାରୁ ଲାଗିଥିବା କେତେକ କଟକଣା ଅଗଷ୍ଟ ୧୭ଠାରୁ କୋହଳ ହୋଇଥିବା ସେ କୋର୍ଟରେ କହିଛନ୍ତି।

Share