୨୦୧୯ର ଚର୍ଚ୍ଚିତ ଷ୍ଟାରକିଡ୍‌: ତାଲିକାରେ ତୈମୁର, ଇନାୟା, ସୁହାନା, ଅନନ୍ୟା….

ବମ୍ବେ: ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଜ ନିଜ ମା’ବାପାଙ୍କଠାରୁ ଚର୍ଚ୍ଚିତ ହେବାରେ କମ୍‌ ନୁହନ୍ତି। ସେଥିପାଇଁ ତ ସେ ସୈଫ୍‌-କରିନାଙ୍କ ତୈମୁର ହୁଅନ୍ତୁ ଅଥବା ଶାହିଦ-ମୀରାଙ୍କ ମିଶା, ସମସ୍ତଙ୍କର ରହିଛି ବଡ଼ ଫ୍ୟାନ୍‌ ଫଲୋଇଙ୍ଗ। ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେଲିବ୍ରିଟିଙ୍କ ଭଳି ଭାଇରାଲ ହୋଇଥାଏ। କିଛି କିଛି ତ କ୍ୟାମେରା ଫ୍ରେଣ୍ଡଲି ଅଛନ୍ତି। କ୍ୟାମେରା ସମ୍ମୁଖରେ ବିଭିନ୍ନ ପ୍ରକାର ପୋଜ୍‌ ଦେବାକୁ ପଛାଇ ନ ଥାଆନ୍ତି।

୨୦୧୯କୁ ଯଦି ଦେଖିବା ତେବେ ତୈମୁର, ମିଶାଙ୍କ ଭଳି ଇନାୟା ଖେମୁ, ସୁହାନା ଖାନ୍‌, ଆରାଧ୍ୟା ବଚ୍ଚନ, ଅନନ୍ୟା ପାଣ୍ଡେ ପ୍ରମୁଖ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ସୁହାନା ନିଜର ଡେବ୍ୟୁକୁ ନେଇ ଲୋକପ୍ରିୟତା ସାଉଁଟି ଚାଲିଛନ୍ତି। ଚଳିତବର୍ଷ ରିଲିଜ୍‌ ହୋଇଥିବା ୧୦ ମିନିଟ୍‌ର ଶର୍ଟ ଫିଲ୍ମ ଦ ଗ୍ରେ ପାର୍ଟ ଅଫ୍‌ ବ୍ଲୁରେ ସେ ନଜରକୁ ଆସିଥିଲେ। ଏହାକୁ ଲୋକେ ପସନ୍ଦ କରିଥିଲେ। ସେହିଭଳି ଅନନ୍ୟା ନିଜ ଡେବ୍ୟୁ ପରେ କାର୍ତ୍ତିକଙ୍କ ସହ ଫିଲ୍ମ ‘ପତି ପତ୍ନି ଔର ଓ୍ବ’ରେ ନଜରକୁ ଆସିଛନ୍ତି। ଚଳଚ୍ଚିତ୍ରଟି ଏବେ ସୁପରହିଟ୍‌ ହୋଇଛି।

Share