Categories: ବାଣିଜ୍ୟ

୨୦୧୯ ଅଟୋ ଶିଳ୍ପ ଲାଗି ୨ ଦଶନ୍ଧିରେ ସବୁଠାରୁ ଖରାପ

ନୂଆଦିଲ୍ଲୀ,୧୧-୧: ୨୦୧୯ ବର୍ଷ ଦେଶର ଅଟୋ ଉଦ୍ୟୋଗ ଲାଗି ସବୁଠାରୁ ଖରାପ ବର୍ଷ। ଏହି ସମୟରେ ମାନ୍ଦାବସ୍ଥାଯୋଗୁ ଅଟୋମୋବାଇଲ କମ୍ପାନୀଗୁଡିକ ଅଧିକ ହାରରେ କ୍ଷତି ସହିଥିବା ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକଚରର୍ସ(ଏସ୍‌ଆଇଏଏମ୍‌) ପକ୍ଷରୁ ସୂଚନା ରହିଛି। ଶୁକ୍ରବାର ସଂଘ ପକ୍ଷରୁ ଜାରି କରାଯାଇଥିବା ଡାଟା ମୁତାବକ ସବୁ ସେଗମେଣ୍ଟରେ ଯାନ ବିକ୍ରି ଅଭିବୃଦ୍ଧି ନକରାତ୍ମକ ରହିଛି। ଗ୍ରାହକଙ୍କ କ୍ରୟ ମନୋଭାବ, ଗ୍ରାମାଞ୍ଚଳରେ ମାନ୍ଦାବସ୍ଥା ସହ ଆର୍ଥତ୍କ ମାନ୍ଦାବସ୍ଥା ଭଳି କାରଣ ଅଟୋମୋବାଇଲ ଶିଳ୍ପ ଲାଗି ନକରାତ୍ମକ ପ୍ରଭାବ ପକାଇଥିବା କୁହାଯାଇଛି। ସାରା ବର୍ଷ ବିଭିନ୍ନ ବର୍ଗରେ ଯାନର ମୋଟ ହୋଲସେଲ ବିକ୍ରି ୧୩.୭୭% ଖସିଥିବା ଜଣାପଡିଛି। ଡିସେମ୍ବରରେ କାର ବିକ୍ରି ୮.୪% ହ୍ରାସ ଘଟିଛି। ଏହି ସମୟରେ ଘରୋଇ ବଜାରରେ ଯାତ୍ରୀବାହି ଯାନବିକ୍ରି ୧.୨୪% ହ୍ରାସ ଘଟିଛି।

Share