Categories: ଜାତୀୟ

୨୦୧୯ ନିର୍ବାଚନ ପରେ ଆଜମଗଡ଼ରୁ ଅଖିଳେଶ ନିଖୋଜ: ଭାଇରାଲ ହେଉଛି ପୋଷ୍ଟର

ଆଜମଗଡ଼,୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ଏବେ ତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଲରିୟାଗଞ୍ଜରେ ହେଉଥିବା ବିରୋଧ ପ୍ରଦର୍ଶନକୁ ନେଇ ପ୍ରଥମ ଦିନରେ ସମାଜବାଦୀ ପାର୍ଟି କଂଗ୍ରେସକୁ ଟାର୍ଗେଟ କରିଥିଲା। ଏବେ ଏହାକୁ ନେଇ କଂଗ୍ରେସ ଅଖିଳେଶ ଯାଦବଙ୍କ ବିରୋଧରେ ପୋଷ୍ଟର ଓ୍ବାର ଆରମ୍ଭ କରିଦେଇଛି। ସହରରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଥିରେ କଂଗ୍ରେସ ପ୍ରଶ୍ନ କରିଛି ସିଏଏ ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ମୁସଲିମ ମହିଳାଙ୍କ ପ୍ରତି ପୋଲିସର ବର୍ବରତାକୁ ନେଇ କାହିଁକି ଅଖିଳେଶ ଚୁପ ରହିଛନ୍ତି। ଏହାକୁ ନେଇ ପୋଷ୍ଟର ଓ୍ବାର ଆରମ୍ଭ ହୋଇଥିବା ବେଳେ ଉକ୍ତ ପୋଷ୍ଟରରେ ଲେଖାଯାଇଛି, ୨୦୧୯ ନିର୍ବାଚନ ପରଠାରୁ ଅଖିଳେଶ ଆଜମଗଡ଼ରୁ ନିଖୋଜ ହୋଇଯାଇଛନ୍ତି। ପୋଷ୍ଟରରେ ଅଖିଳେଶଙ୍କ ଫଟୋ ଲାଗିଥିବା ବେଳେ ତାଙ୍କ ମୁହଁରେ ଟେପ୍‌ ଲଗାଇ ଦିଆଯାଇଛି।

Share