୨୦୧୯ ମୋଟର ଯାନ ସଂଶୋଧନ ଆଇନ: ଜନସାଧାରଣଙ୍କ ଅବଗତ ପାଇଁ ସଚେତନତା ଶୋଭାଯାତ୍ରା

କୋରୁକୋଣ୍ଡା ୫।୯(ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓରକେଲ ଥାନା ପକ୍ଷରୁ ୨୦୧୯ ମୋଟର ଯାନ ସଂଶୋଧନ ଆଇନ ବିଷୟରେ ଜନସଚେତନତା ନିମନ୍ତେ ଏକ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ସବ୍‌ଇନ୍ସପେକ୍ଟର କୃତିବାସ ବେହେରା ଓ ସବ୍‌ଇନ୍ସପେକ୍ଟର କ୍ରିଷ୍ଣାରାଣୀ ପ୍ରଧାନଙ୍କ ସମେତ ଓରକେଲ ଥାନାର ବିଭିନ୍ନ କର୍ମଚାରୀ ଏବଂ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏଥିରେ ୨୦୧୯ ମୋଟର ଯାନ ସଂଶୋଧିତ ଆଇନ ଲୋକଙ୍କୁ ଅବଗତ କରାଇବା ସହ ଟ୍ରାଫିକ ନିୟମ ସବୁ ଜନସାଧାରଣଙ୍କୁ ଅବଗତ କରାଇଥିଲେ।