Categories: ବାଣିଜ୍ୟ

୨୦୧୯-୨୦ରେ ନିବେଶକଙ୍କୁ କ୍ଷତି ୩୭.୫୯ ଲକ୍ଷ କୋଟି

ନୂଆଦିଲ୍ଲୀ,୧। ୪: ୨୦୧୯-୨୦ ଆର୍ଥତ୍କ ବର୍ଷର ଶେଷ ଦିନ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ୧୦୨୮ ପଏଣ୍ଟ ବଢିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ପୁଞ୍ଜି ବଜାର ୨୩.୦୮% ଖସିଛି। ଫଳରେ ନିବେଶକଙ୍କୁ ୩୭.୫୯ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ମାର୍ଚ୍ଚରେ ବିଶେଷ କରି କରୋନା ପ୍ରଭାବ ଯୋଗୁ ପୁଞ୍ଜି ବଜାର ସୂଚକାଙ୍କ ଲଗାତାର ଭାବେ ଖସିଛି। ମଙ୍ଗଳବାର ସେନ୍‌ସେକ୍ସ ୧୦୨୮.୧୭ ପଏଣ୍ଟ ବା ୩.୬୨% ବଢି ୨୯,୪୬୮.୪୯ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୩୧୬.୬୫ ପଏଣ୍ଟ ବଢିବା ଯୋଗୁ ଏହା ୮,୫୯୭.୭୫ ସ୍ତରରେ ବନ୍ଦ ହୋଇଛି। ଆର୍ଥତ୍କ ବର୍ଷ ମଧ୍ୟରେ ସେନ୍‌ସେକ୍ସ ୯,୨୦୪.୪୨ ପଏଣ୍ଟ ବା ୨୩.୮୦% ଖସିଛି। ଏହାବାଦ ନିଫ୍ଟି କାରବାର ଆର୍ଥତ୍କ ବର୍ଷ ମଧ୍ୟରେ ୩,୦୨୬.୧୫ ପଏଣ୍ଟ ବା ୨୬.୦୩% ଖସିଛି।

Share