Categories: ଜାତୀୟ

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନଶନ୍‌

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌।

ବଜେଟ୍‌ ମୁଖ୍ୟାଂଶ

-୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ମିଳିବ ପେନଶନ୍‌
-ଛୋଟ ଦୋକାନୀଙ୍କୁ ୫୯ ମିନିଟରେ ଋଣ, ୧.୯୫ କୋଟି ଘର ଯୋଗାଇବାକୁ ଯୋଜନା
-୪ ବର୍ଷରେ ଗଙ୍ଗା ନଦୀରେ ଚାଲିବ କାର୍ଗୋ, ଅଧିକ ଏଫଡିଆଇ ଆଣିବାକୁ ଉଦ୍ୟମ ହେବ
-ସେୟାର ବଜାରକୁ ନିବେଶକ ଫ୍ରେଣ୍ଡଲି କରିବୁ, ସେୟାର ବଜାରରେ ବିଦେଶୀ ନିବେଶ ସହଜ କରିବୁ
-ବୀମା କ୍ଷେତ୍ରରେ ୧୦୦% ବିଦେଶୀ ନିବେଶ ପ୍ରସ୍ତାବ, ଗଣମାଧ୍ୟମରେ ବିଦେଶୀ ନିବେଶର ସୀମା ବଢ଼ିବ
-ବଜେଟରେ ୱାନ ନେସନ ୱାନ ଗ୍ରୀଡ ଯୋଜନାର ଘୋଷଣା, ରେଲୱେରେ ପିପିପି ମଡେଲ ଆପଣାଯିବ
-ଅନ୍ତର୍ଦେଶୀୟ ଜଳମାର୍ଗ ବିକଶିତ କରିବାର ଆବଶ୍ୟକତା, ରେଳ ଭିତ୍ତିଭୂମି ପାଇଁ ୫୦ ହଜାର କୋଟିର ଆବଶ୍ୟକତା ରହିଛି
-ଏମଏସଏମି ପାଇଁ ଅନଲାଇନ୍‌ଇନ ପୋର୍ଟାଲ ହେବ, ଆଦର୍ଶ ଭଡ଼ା ଆଇନ ଅଣାଯିବ
-ପରିବହନ କ୍ଷେତ୍ରରେ ତୀବ୍ର ବିକାଶ ଉପରେ ଗୁରୁତ୍ୱ, ଲୋକଙ୍କୁ ଶସ୍ତାରେ ଇବାହନ ଯୋଗାଯିବ
-ଗାଁ-ସହର ଭିତରେ ଫରକ ଦ୍ରୁତ ଗତିରେ କମୁଛି, ରେଲୱେରେ ଘରୋଇ ଭାଗିଦାରୀ ବଢ଼ାଯିବ
-ଜଳପଥରେ ବ୍ୟବସାୟ ସହଜ ହେଉଛି, ୨୧୦ ମେଟ୍ରୋ ଲାଇନରେ ଚଳାଚଳ ହୋଇଛି

Share