Categories: ଜାତୀୟ

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ଦୁଇଗୁଣା ହେବ ଚାଷୀଙ୍କ ଆୟ

ନୂଆଦିଲ୍ଲୀ ୫।୭: ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଶୁକ୍ରବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ହୋଇଛି। ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଆଗତ କରିଛନ୍ତି।

ବଜେଟ୍‌ ମୁଖ୍ୟାଂଶ

-ସହରରେ ଆହୁରି ୮୧ ଲକ୍ଷ ଘର ନିର୍ମାଣ ହେବ, ପିଏମ ଆବାସ ଯୋଜନାରେ ଘର ନିର୍ମାଣ ଲକ୍ଷ୍ୟ

-ସହରରେ ୨୬ ଲକ୍ଷ ଘର ନିର୍ମାଣ ହୋଇଛି, ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ

-ସହରୀକରଣ ଚ୍ୟାଲେଞ୍ଜ ନୁହେଁ ଏକ ସୁଯୋଗ, ୨ କୋଟି ଗ୍ରାମବାସୀଙ୍କୁ ଡିଜିଟାଲ ସାକ୍ଷର, ୫.୬ ଲକ୍ଷ ଗାଁ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇଛି। ୨୦୧୪ ପରେ ୯.୬ କୋଟି ଶୌଚାଳୟ ନିର୍ମାଣ ହୋଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଦେଶକୁ ବାହ୍ୟମଳମୁକ୍ତ ଲକ୍ଷ୍ୟ

-ଦୁଇଗୁଣା ହେବ ଚାଷୀଙ୍କ ଆୟ

-ଜଳଶକ୍ତି ମନ୍ତ୍ରାଳୟ ଜଳ ଆବଣ୍ଟନର ବ୍ୟବସ୍ଥା କରିବ, ଗାଁରେ ସବୁ ଘର ଯାଏ ପାଣି ପହଞ୍ଚାଯିବ

-ଡାଲି ଉତ୍ପାଦନରେ ଭାରତ ଆତ୍ମନିର୍ଭରରଶୀଳ ହୋଇଛି, ଚାଷୀଙ୍କ ଜୀବନ ସହଜ କରିବା ପ୍ରାଥମିକତା, ଦୁଗ୍ଧ ଉତ୍ପାଦନ ବଢ଼ାଯିବ

-ଚାଷୀଙ୍କ ୧୦ ହଜାର ଉତ୍ପାଦକ ସଂଘ ଗଠନ ହେବ, ଅନ୍ନଦାତାଙ୍କୁ ଅଧିକ ଶକ୍ତିମାନ କରାଯିବ। ପାରମ୍ପରିକ ଉଦ୍ୟୋଗକୁ ଉନ୍ନତ କରିବାକୁ ଲକ୍ଷ୍ୟ

-ଗ୍ରାମୀଣ କ୍ଷେତ୍ରର ଆର୍ଥିକ ଓ ସାମାଜିକ ବିକାଶ ଲକ୍ଷ୍ୟ, ଗାଁକୁ ବଜାର ସହ ଯୋଡୁଥିବା ରାସ୍ତାର ବିକାଶ ଲକ୍ଷ୍ୟ

-ଦେଶର ସବୁ ପଞ୍ଚାୟତକୁ ସବୁ ପଞ୍ଚାୟତକୁ ଡିଜିଟାଲ କନେକ୍ସନ ସୁବିଧା ଯୋଗାଇଦିଆଯିବ

-ଆସିବ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି, ଛୋଟ ସହର ଭିତରେ ରେଳ ସଂଯୋଗ ଉପରେ ଗୁରୁତ୍ୱ

-୫ ବର୍ଷ ପୂର୍ବରୁ ଶ୍ରେଷ୍ଠ ୨୦୦ ଭିତରେ ଗୋଟିଏ ବି ନଥିଲେ, ବିଶ୍ବର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତରୁ ୩ଟି

-ପ୍ରଧାନମନ୍ତ୍ରୀ କୌଣଳ ବିକାଶ ଯୋଜନାରେ ୧୦ ନିୟୁତ ଯୁବକଙ୍କୁ ତାଲିମ ଦିଆଯିବ

Share