Categories: ଜାତୀୟ

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୧ କୋଟି ଯୁବକଙ୍କ ପାଇଁ ଆସିବ ସ୍କିଲ ଯୋଜନା

ନୂଆଦିଲ୍ଲୀ, ୫।୭: ଶିକ୍ଷା ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ନୂଆ ଯୋଜନାମାନ ଆପଣାଇଛନ୍ତି।

ବଜେଟ୍‌ ମୁଖ୍ୟାଂଶ

-ଉଚ୍ଚଶିକ୍ଷା ପାଇଁ ୪୦୦ କୋଟିର ବ୍ୟୟ ବରାଦ, କୌଶଳ ବିକାଶ ଯୋଜନାରେ ୧ କୋଟି ଯୁବକଙ୍କୁ ତାଲିମ

-୧ କୋଟି ଯୁବକଙ୍କ ପାଇଁ ସ୍କିଲ ଯୋଜନା

-ବିଦେଶରେ ଚାକିରି ପାଇଁ ଜରୁରୀ ପ୍ରଶିକ୍ଷଣ ଦେବେ ସରକାର

-ଖେଲୋ ଭାରତ ଯୋଜନାର ବିସ୍ତାର ହେବ

-କ୍ରୀଡ଼ାର ବିକାଶ ପାଇଁ ସବୁ ଉଦ୍ୟମ ହେବ, ଶ୍ରମିକଙ୍କ ପାଇଁ ଗଠନ ହେବ ଆଉ ୪ଟି କୋର୍ଟ

-ଷ୍ଟାର୍ଟ ଅପ ପାଇଁ ଦୂରଦର୍ଶନରେ ନୂଆ କାର୍ଯ୍ୟକ୍ରମ

-ଅକ୍ଟୋବର ୨ରେ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ

-ଦିଲ୍ଲୀ ରାଜଘାଟରେ ହେବ ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର

-ଏନଆରଆଇଙ୍କ ପାଇଁ ବି ଆଧାର କାର୍ଡ ପ୍ରସ୍ତାବ

-ରେଲୱେ ଷ୍ଟେସନ ଗୁଡ଼ିକର ଆଧୁନିକୀକରଣ କରାଯିବ

-ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି

Share