୨୦୧୯-୨୦ ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହ: ଚାଷୀଙ୍କଠାରୁ କିଣା ହେଲା ୯୬,୧୧,୦୨୪ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ବୁଧବାର ସୁଦ୍ଧା ୧ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିପରି ଗତବର୍ଷ ତୁଳନାରେ ଚଳିତ ବର୍ଷ ସମାନ ସମୟରେ ଧାନ ସଂଗ୍ରହ ୪୩ ପ୍ରତିଶତ ଅଧିକ ହୋଇଛି।
ଏଯାବତ ୨୭ ଜିଲାର ଚାଷୀମାନଙ୍କୁ ୩ ଲକ୍ଷ ୭୭ ହଜାର ୨୯୮ଟି ଟୋକନ୍‌ ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ବରଗଡ଼ର ୫୨,୭୨୭ ଚାଷୀ ମୋଟ ୩୪,୪୧,୯୪୦ କୁଇଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି। ସେହିପରି ବଲାଙ୍ଗୀରର ୧୦,୫୪୭ ଚାଷୀ ୭,୫୮,୦୨୯ କୁଇଣ୍ଟାଲ, କଳାହାଣ୍ଡିର ୧୯,୩୨୪ ଚାଷୀ ୧୩,୩୮,୨୭୫ କୁଇଣ୍ଟାଲ, ମାଲକାନଗିରିର ୧୦,୨୮୩ ଚାଷୀ ୪,୩୦,୭୯୦ କୁଇଣ୍ଟାଲ, କୋରାପୁଟର ୬୭୭୧ ଚାଷୀ ୫,୩୩,୪୪୨ କୁଇଣ୍ଟାଲ, ନବରଙ୍ଗପୁରର ୩୮୫୩ ଚାଷୀ ୩,୧୬,୧୦୬ କୁଇଣ୍ଟାଲ, ନୂଆପଡ଼ାର ୬୮୫୬ ଚାଷୀ ୩,୪୫,୩୦୭ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ସେହିଭଳି ସମ୍ବଲପୁରର ୧୨,୩୫୫ ଚାଷୀ ୧୦,୦୯,୧୮୮ କୁଇଣ୍ଟାଲ, ସୁବର୍ଣ୍ଣପୁରର ୧୧,୨୪୨ ଚାଷୀ ୯,୨୭,୬୩୬ କୁଇଣ୍ଟାଲ ଏବଂ ସୁନ୍ଦରଗଡ଼ର ୨୨୫୮ ଜଣ ଚାଷୀ ୧ ଲକ୍ଷ ୫୦ ହଜାର ୩୭୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି।

Share