Categories: ଜାତୀୟ

୨୦୨୦ରେ ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫-୧୧:ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ର ପୃଷ୍ଠରେ ମୃଦୁ ଅବତରଣ କରାଇବାରେ ବିଫଳ ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହାର ତୃତୀୟ ସଂସ୍କରଣର ସଫଳ ଅବତରଣ ଲାଗି କାମ ଆରମ୍ଭ କରିଛି। ଏଥିପାଇଁ ଇସ୍ରୋ ପକ୍ଷରୁ ଏକ କମିଟି ଓ ତିନୋଟି ଉପକମିଟି ଗଠନ କରାଯାଇଛି। ଅକ୍ଟୋବରରୁ ଇତିମଧ୍ୟରେ ୪ଟି ଉଚ୍ଚସ୍ତରୀୟ ବୈଠକ ହୋଇସାରିଲାଣି। ଚନ୍ଦ୍ରୟାନ-୨ର ଅର୍ବିଟର ଠିକ୍‌ ଭାବେ କାମ କରୁଥିବାରୁ ନୂଆ ମିଶନରେ କେବଳ ଲ୍ୟାଣ୍ଡର ଓ ରୋଭର ରହିବ। ଏଥିପାଇଁ ପୂରାଦମ୍‌ରେ କାମ ଚାଲିଥିବା ଜଣେ ବୈଜ୍ଞାନିକ ସୂଚନା ଦେଇଛନ୍ତି।

Share