୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରୁ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଏବେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ପୁରା ବ୍ୟାନ୍‌ ହେବ। ଏନେଇ ଶୁକ୍ରବାର ପରିବେଶ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ୍‌ର ଡିସ୍‌ପୋଜ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Share