୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ହେବେ ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାସିଲିଆ,୧୪।୧୧: ଆସନ୍ତା ୨୦୨୦ ଗଣତନ୍ତ୍ର ଦିବସ ମୁଖ୍ୟ ଅତିଥି ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ହେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକୁ ସେ ସ୍ବୀକାର କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ସମ୍ପର୍କ ଅଧିକ ସୁଦୃଢ଼ ହେବାର ଆଶା ରହିଛି। ରାଷ୍ଟ୍ରପତି ବୋଲସୋନାରୋ ଏକ ପ୍ରତିନିଧି ଦଳ ସହିତ ଆସନ୍ତା ଜାନୁୟାରୀରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି।

Share