Advertisement

୨୦୨୦ ନଭେମ୍ବରରେ ରାଜ୍ୟ ସଭାରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବା ସମ୍ଭାବନା

ନୂଆଦିଲ୍ଲୀ,୨୮।୫: ଦେଶର ୧୭ତମ ଲୋକ ସଭାରେ ଭାଜପା ନେତୃତ୍ୱାଧୀନ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ ରାଜ୍ୟ ସଭାରେ ଏବେ ଏନ୍‌ଡିଏର ୧୦୨ ସଦସ୍ୟ ଅଛନ୍ତି। ସେହିପି ୟୁପିଏର ୬୫ ସଦସ୍ୟ ଅଛନ୍ତି। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୧୨୩ ସଦସ୍ୟ ରହିବା ଆବଶ୍ୟକ। ୨୦୧୯ର ରାଜ୍ୟ ସଭାର ୧୦ଟି ଆସନ ଖାଲି ହେବ। ସେହିପରି ୨୦୨୦ରେ ୭୨ ଆସନ ଖାଲି ହେବ। ସେଥିମଧ୍ୟରୁ ଏପ୍ରିଲ୍‌ରେ ୫୫, ଜୁନ୍‌ରେ ୫, ଜୁଲାଇରେ ଗୋଟିଏ ଏବଂ ନଭେମ୍ବରରେ ୧୧ଟି ଆସନ ଖାଲି ହେବ। ଏପରିସ୍ଥଳେ ଏନ୍‌ଡିଏ ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଆବଶ୍ୟକ ସଦସ୍ୟ ଯୋଗାଡ଼ କରିବାକୁ ସକ୍ଷମ ହେବାର ସମ୍ଭାବନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share