୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଓଡିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ବୈଠକ ଶେଷ ହୋଇଛି। ଲୋକସେବା ଭବନଠାରେ ବସିଥିବା ଏହି ବୈଠକରେ ମାର୍ଚ୍ଚ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ବିଦ୍ୟାଳୟଗୁଡିକରେ ଆସନ୍ତା ବର୍ଷ ମାର୍ଚ୍ଚରୁ ପାଠପଢା ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି॥ ବର୍ତ୍ତମାନ ରାଜ୍ୟର ୨୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଛାଲୁଛି। ଅବଶିଷ୍ଟ ୬୪ବ୍ଲକରେ ଖୁବଶୀଘ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ। ଏହାସହ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲିଯିବାର ଯୋଜନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Share