୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା ତାଙ୍କ ଅଭିନୀତ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ଆଉ ଏହାର ଟାଇଟଲ ଜାଣିବା ପରେ ତାଙ୍କ ପ୍ରଶଂସକ ଇଦ୍‌ ଓ ଦୀପାବଳି ଏକାସାଙ୍ଗେ ପାଳନ କରିବେ ବୋଲି ସେ କହିଛନ୍ତି। କାହିଁକିନା ଫିଲ୍ମର ଟାଇଟଲ ରହିଛି ‘କଭି ଇଦ୍‌ କଭି ଦିଓ୍ବାଲି’। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଫରହାଦ ସାମଜୀ ଓ ପ୍ରଯୋଜକ ଅଛନ୍ତି ସାଜିଦ ନାଡିୟାଡଓ୍ବାଲା। ଫରହାଦ ୨୦୧୯ରେ ପରଦାକୁ ଆସିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସଫୁଲ୍‌-୪’ର ନିର୍ଦ୍ଦେଶନା ଦେଇଥିଲେ। ଯାହା ୨ଶହ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲା। ତେବେ ସଲମାନଙ୍କ ଅଭିନୀତ ଫିଲ୍ମରେ ଫରହାଦ ପ୍ରଥମଥର ନିର୍ଦ୍ଦେଶକ ଭାବେ କାମ କରିବେ ବୋଲି ଜଣାପଡିଛି। ଫିଲ୍ମର ଅନ୍ୟ ଷ୍ଟାରକାଷ୍ଟଙ୍କ ସମ୍ପର୍କରେ କିଛି ତଥ୍ୟ ଜଣାପଡି ନ ଥିବା ବେଳେ ସଲମାନ ତାଙ୍କ ଟୁଇଟରରେ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି। ଫିଲ୍ମର କାହାଣୀ ମଧ୍ୟ ସାଜିଦ ନାଡିୟାଡଓ୍ବାଲାଙ୍କର ବୋଲି ଜଣାପଡିଛି। ଏହାପୂର୍ବରୁ ସଲମାନ ‘କିକ୍‌’ରେ ସାଜିଦଙ୍କ ସହ କାମ କରିସାରିଛନ୍ତି।

Share