Categories: ଜାତୀୟ

୨୦୨୧ରେ ପଶ୍ଚିମବଙ୍ଗରୁ ମୂଳପୋଛ ହେବ ତୃଣମୂଳ କଂଗ୍ରେସ: ବାବୁଲ୍‌ ସୁପ୍ରିୟୋ

କୋଲକାତା,୨୧।୭: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଦିନ ଶେଷ ହେବାକୁ ବସିଛି। ଆସନ୍ତା ୨୦୨୧ ବିଧାନସଭା ନିର୍ବାଚନରେ ଏହା ରାଜ୍ୟରୁ ମୂଳପୋଛ ହେବ ବୋଲି ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ରବିବାର ଟୁଇଟ୍‌ କରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାକାଣ୍ଡ ଘଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସେ ଅଭିଯୋଗ କରିଛନ୍ତି। ତୃଣମୂଳ ୨୦୧୯ରେ ଅଧା ମୂଳପୋଛ ହୋଇଥିବାବେଳେ ୨୦୨୧ରେ ସମ୍ପୂର୍ଣ୍ଣ ମୂଳପୋଛ ହେବ ବୋଲି ସେ କହିଛନ୍ତି।

Share