Categories: ଜାତୀୟ

୨୦୨୨ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ ଟ୍ରେନ୍‌: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩।୧୦: ଆସନ୍ତା ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ କରିବ। ସେହିପରି କାମରୂପଠାରୁ କଚ୍ଛ ପର୍ଯ୍ୟନ୍ତ ମଧ୍ୟ ଟ୍ରେନ୍‌ ଯାତ୍ରା ଆରମ୍ଭ ହେବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଗୁରୁବାର ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଟ୍ରେନ୍‌ ଚଳାଚଳକୁ ବନ୍ଦ କରାଯାଇଥିଲା। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଜମ୍ମୁ-କଶ୍ମୀରର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରାଯିବ। ଟ୍ରେନ୍‌ ଚଳାଚଳ ହେଲେ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ଧାରାର ପଥ ପ୍ରଶସ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଦିଲ୍ଲୀରୁ କଟରା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

Share