Categories: ଜାତୀୟ

୨୦୨୨ ସୁଦ୍ଧା ସବୁ ପରିବାରକୁ ପକ୍କାଘର

ନୂଆଦିଲ୍ଲୀ, ୪ା୨(ପି.ଟି.): ସବୁ ଗରିବ ପରିବାରକୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କର୍‌କର୍‌ଦୁମାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, ଏଏପି ସରକାର ବିକାଶ କାର୍ଯ୍ୟକୁ ଅଟକାଇ ରଖିଛି। ଦିଲ୍ଲୀରେ ଭାଜପା ସରକାର ଗଢ଼ିଲେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ। ଦିଲ୍ଲୀରେ ଗଢ଼ିଉଠିଥିବା ଅନଧିକୃତ ଉପନିବେଶକୁ ଚିରସ୍ଥାୟୀ କରାଯିବା ସହ ଦଶନ୍ଧି ଦଶନ୍ଧି ଧରି ରହିଥିବା ସମସ୍ୟାର ସମାଧାନ ହେବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀବାସୀଙ୍କ ସବୁ ସମସ୍ୟାର ସମାଧାନ, ବିକାଶର ବିଭିନ୍ନ ଦିଗ ପ୍ରତି ଭାଜପା ଗୁରୁତ୍ୱ ଦେବ। ଦେଶ ବିକାଶରେ ଭାଜପା ବିଶ୍ୱାସକରେ। ଧାରା ୩୭୦ ହଟିବା, ଅଯୋଧ୍ୟାରେ ରାମମନ୍ଦିର ଗଢ଼ାଯିବା, ସିଏଏ ଭଳି ଅନେକ ଜନବିକାଶ କାର୍ଯ୍ୟ ଭାଜପା ହାତକୁ ନେଇ ସଫଳ ହୋଇଛି। ତେଣୁ ବିକାଶକୁ ଆଧାରକରି ଲୋକମାନେ ଦିଲ୍ଲୀରେ ଭାଜପା ସରକାର ଗଠନ ଲାଗି ସହଯୋଗ କରିବାକୁ ମୋଦି କହିଛନ୍ତି।

Share