Categories: ଜାତୀୟ

୨୦୨୩ ସୁଦ୍ଧା ଜେୱର ଏୟାର ପୋର୍ଟ ହୋଇପାରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାରପୋର୍ଟ

ନୂଆଦିଲ୍ଲୀ,୨୨।୩: ଯୋଜନା ମୁତାବକ ଯଦି କାମ କରାଯାଏ ତେବେ ୨୦୨୩ ସୁଦ୍ଧା ଅର୍ଥାତ୍‌ ୪ ବର୍ଷ ପରେ ଉତ୍ତର ପ୍ରଦେଶରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାର ପୋର୍ଟ ଦୃଶ୍ୟମାନ ହେବ। ଏହା ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧୀ ଇଣ୍ଟନ୍ୟାଶନାଲ ଏୟାରପୋର୍ଟଠାରୁ ୨ଗୁଣା ବଡ ହେବ। ଏହାର ୮ଟି ରନ୍‌ ଓ୍ବେ ରହିବ। ସୂଚନାଯୋଗ୍ୟ, ଇନ୍ଦିରା ଗାନ୍ଧୀ ଏୟାରପୋର୍ଟର ଭିଡକୁ କମ୍‌ କରିବା, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ, ପର୍ଯ୍ୟଟନ, ରୋଜଗାର ଓ ବ୍ୟବସାୟ ବୃଦ୍ଧି କରିବାକୁ ନେଇ ଜେୱର ଏୟାରପୋର୍ଟ ନିର୍ମାଣ କରିବାକୁ ବହୁ ଆଗରୁ ଦାବି ହୋଇ୍‌ଆସୁଛି। ଏଥିପାଇଁ ରାଜ୍ୟ ସରକାରଙ୍କର ସହଯୋଗ ମିଳିବାରୁ କାମ ଆଗେଇ ହେବ ବୋଲି କୁହାଯାଉଛି।

Share