୨୦୨୪ରେ କଂଗ୍ରେସର ନବକଳେବର ହେବ, ରାଜ୍ୟରେ ଖୁବ୍‌ଶୀଘ୍ର: କାହ୍ନୁଚରଣ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟ କଂଗ୍ରେସ ନେତୃବର୍ଗଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଉଥିବା ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ପୁଣି ଥରେ ମୁହଁ ଖୋଲିଛନ୍ତି। ଓଡ଼ିଶା କଂଗ୍ରେସରେ ଖୁବ୍‌ଶୀଘ୍ର ବିରାଟ ପରିବର୍ତ୍ତନ ହେବ। ୨୦୨୪ରେ କଂଗ୍ରେସର ନବକଳେବର ହେବ। କଂଗ୍ରେସ ଶାସନ କ୍ଷମତାକୁ ଆସିବ ବୋଲି ସେ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି , କଂଗ୍ରେସର ପରିବର୍ତ୍ତନ ଲାଗି ରାହୁଲ ଗାନ୍ଧୀ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ନୂଆ ଖସଡ଼ାରେ ଯୁବକମାନେ ଆଗକୁ ଆସିବେ। ରାଜ୍ୟ କଂଗ୍ରେସ ଗଢ଼ିବାକୁ ଯାହା ଆବଶ୍ୟକ ସେ ସମ୍ପର୍କରେ ରାହୁଲଙ୍କୁ କହିବି। ଆମେ ନେତାମାନେ ମସଗୁଲ କିନ୍ତୁ କର୍ମୀ କାନ୍ଦୁଛନ୍ତି। ବ୍ୟବସାୟ ପାଇଁ ଆସିଥିବା ୨୦ ପ୍ରତିଶତ ଯୁବକଙ୍କୁ ଟିକେଟ ଦେଇ ଟଙ୍କା ହାତା ଯାଇଥିବା କାହ୍ନୁଚରଣ ଅଭିଯୋଗ କରି କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ କାହ୍ନୁଚରଣ ରାଜ୍ୟର କଂଗ୍ରେସର ପରାଜୟ ନିମନ୍ତେ ନିରଞ୍ଜନ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ବିଷ ଓଗାଳିଥିଲେ। ଏଥିପାଇଁ ରାଜ୍ୟ ନେତୃବୃନ୍ଦ ଦାୟୀ ଏବଂ ରାଜ୍ୟରେ କୃତ୍ରିମ ବିପର୍ଯ୍ୟୟ କରାଯାଇଛି ବୋଲି ସେ କହିଥିଲେ।

Share