Categories: ଖେଳ

୨୦୨୪ ନିର୍ବାଚନରେ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି ଏହି କ୍ରିକେଟର

ଥିରୁଭାନନ୍ତପୁରମ୍‌,୩୦।୯: ୨୦୨୪ ଲୋକ ସଭା ନିର୍ବାଚନରେ ଥିରୁଭାନନ୍ତପୁରମ୍‌ ଆସନରୁ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି କ୍ରିକେଟର୍‌ ଶାନ୍ତାକୁମାରନ୍‌ ଶ୍ରୀସନ୍ଥ। ଆଇପିଏଲ ସ୍ପଟ ଫିକ୍ସି ମାମଲାରେ ଛନ୍ଦି ହୋଇପଡିଥିବା ଏହି କ୍ରିକେଟର ୨୦୧୬ରେ ଭାଜପା ଟିକେଟରୁ କେରଳ ଥିରୁଭାନନ୍ତପୁରମ୍‌ ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। କିନ୍ତୁ ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏସବୁ ଭୁଲି ପୁଣି ୨୦୨୪ ନିର୍ବାଚନ ଲଢିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ବୋଲି ଶ୍ରୀସନ୍ତ ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କ ଏକମାତ୍ର ଲକ୍ଷ୍ୟ ସେ ଶଶି ଥରୁରଙ୍କୁ ପରାସ୍ତ କରିବେ। ବ୍ୟକ୍ତିଗତ ଭାବେ ମୁଁ ଥରୁରଙ୍କ ପସନ୍ଦ କରେ। କିନ୍ତୁ ଭାଜପା ପ୍ରାର୍ଥୀ ଭାବେ ମୁଁ ତାଙ୍କୁ ପରାସ୍ତ କରିବି, ଏଥିରେ ସନ୍ଦେହ ନାହିଁ। ସୂଚନାଯୋଗ୍ୟ, ଶଶି ଥରୁର ଗତ ୩ ଥର ହେଲା ଥରୁଭାନନ୍ତପୁରମ ଲୋକ ସଭା ଆସନ ଜିତିଆସୁଛନ୍ତି।

Share