Categories: ଜାତୀୟ

୨୦୨୪ ପୂର୍ବରୁ ପୁଣି ହେବ ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ: ଉଦିତ୍‌ ରାଜ

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ଉଦିତ୍‌ ରାଜ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ୨୦୨୪ ପୂର୍ବରୁ ପୁଣି ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ ଘଟଣା ହେବାର ଆଶଙ୍କା ରହିଛି। ଏହି ଘଟଣାରେ କେବଳ ଯବାନ କାହିଁକି ଶହୀଦ୍‌ ହେଲେ। ଶହୀଦ୍‌ଙ୍କ ମଧ୍ୟରେ କୌଣସି ଅଧିକାରୀଙ୍କ ନାମ କିଭଳି ନ ଥିଲା ସେ କହିଛନ୍ତି। ଉଦିତ୍‌ ରାଜଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାପୂର୍ବରୁ ଶୁକ୍ରବାର ପୁଲଓ୍ବାମା ଘଟଣା ନେଇ ରାହୁଲ ଗାନ୍ଧୀ ଭାଜପାକୁ ଘେରିଥିଲେ। ଏହି ଆକ୍ରମଣ ଯୋଗୁ କାହାର ଲାଭ ହୋଇଛି ଏବଂ ଏହାର ତଦନ୍ତ ୍‌ନେଇ ସେ ପ୍ରଶ୍ନ ଉଠାଇଥିଲେ।

Share