Categories: ବାଣିଜ୍ୟ

୨୦୨୪ ଯାଏ ୬.୬% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୩-୧୧: ୨୦୨୦-୨୪ ଯାଏ ଭାରତର ଜିଡିପି ଅଭିବୃଦ୍ଧି ବାର୍ଷିକ ୬.୬% ହାରରେ ବୃଦ୍ଧି ଘଟିବ। ଏହା ୨୦୧୩-୧୭ ମଧ୍ୟରେ ହୋଇଥିବା ହାରାହାରି ୭.୩% ଅଭିବୃଦ୍ଧି ହାର ଠାରୁ କମ୍‌ ବୋଲି ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋଅପରେଶନ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ବ୍ୟାଙ୍କକରେ ଅନୁଷ୍ଠିତ ଆସୋସିଏଶନ ଅଫ୍‌ ସାଉଥ ଏସିଆନ ନେଶନ(ଏସିଆନ) ସମିଟ ଅବସରରେ ଦକ୍ଷିଣ ଏସିଆ, ଚାଇନା ଏବଂ ଭାରତ ଲାଗି ଅର୍ଥନୈତିକ ପୂର୍ବାନୁମାନ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୨୦୧୩ରୁ ୨୦୧୭ ଯାଏ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କିଛିଟା ଉନ୍ନତି ଯୋଗୁ ଏହାର ପ୍ରଭାବ ଭାରତ ଉପରେ ପଡିଥିଲା। ୨୦୨୦ ପରେ ୨୦୧୪ ଯାଏ ଭାରତ ଅଭିବୃଦ୍ଧି ହାର ସାମାନ୍ୟ ରହିବା ନେଇ ଆକଳନ କରାଯାଇଛି।

Share