୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏବେଠାରୁ ହେଲାଣି ଆକଳନ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଛି। ଏଥିରେ କର୍ମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ କାର୍ଯ୍ୟାୟଳ ବାହାରେ ଏକ ଭିନ୍ନ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟିକୁ ଆସିଛି। ସେଠାରେ ଜଣେ ଏଏପି କର୍ମୀ ହାତରେ ଏମିତି ଏକ ବ୍ୟାନର ଧରି ଠିଆ ହୋଇଛନ୍ତି ଯାହା ଭବିଷ୍ୟତ ରାଜନୀତିକୁ ଦର୍ଶାଉଛି। ଉକ୍ତ ବ୍ୟାନରରେ ଯୁବକ ଜଣଙ୍କ ଲେଖିଛନ୍ତି ୨୦୨୪ ଲୋକ ସଭା ନିର୍ବାଚନରେ ମୋଦିଙ୍କ ବିପକ୍ଷରେ ଲଢିବେ କେଜରିଓ୍ବାଲ। ଅର୍ଥାତ୍‌ ଏବେଠାରୁ ଭବିଷ୍ୟତ ରାଜନୀତିକୁ ନେଇ ଅନୁମାନ ଲଗାଗଲାଣି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଓ ଭାଜପା ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଏଏପି ବହୁମତଠାରୁ ଅଧିକ ଆସନରେ ଭାଜପାକୁ ପଛରରେ ପକାଇ ଆଗୁଆ ଚାଲିଛି।

Share