Categories: ଜାତୀୟ

୨୦୨୫ ସୁଦ୍ଧା ଭାରତ ହେବ ଯକ୍ଷ୍ମା ମୁକ୍ତ: ପୃଥିବୀର ଧାର୍ଯ୍ୟ ଲକ୍ଷ୍ୟର ୫ ବର୍ଷ ପୂର୍ବରୁ ମିଳିବ ସଫଳତା

ନୂଆଦିଲ୍ଲୀ,୧।୬: ଭାରତରୁ ୨୦୨୫ ସୁଦ୍ଧା ଯକ୍ଷ୍ମା ଲୋପ ପାଇବ। ପୃଥିବୀରୁ ଏହା ୨୦୩୦ ସୁଦ୍ଧା ଲୋପ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହାର ୫ ବର୍ଷ ପୂର୍ବରୁ ଭାରତ ଯକ୍ଷ୍ମା ମୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ରାଜୀବ ଗାନ୍ଧୀ ହେଲଥ୍‌ ସାଇନ୍ସ୍‌ ୟୁନିଭରସିଟିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଏହି ଉତ୍ସବରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଦେଶରୁ ଯକ୍ଷ୍ମା ହଟାଇବା ପାଇଁ ଭାରତ ଦିନରାତି କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଯକ୍ଷ୍ମା ହଟାଇବା କ୍ଷେତ୍ରରେ ମିଶନ ଇନ୍ଦ୍ରଧନୁଷ ଯୋଗୁ ବାର୍ଷିକ ପ୍ରତିଷେଧକ ଟୀକା ପ୍ରଦାନ ହାର ୪ଗୁଣା ବୃଦ୍ଧି ପାଇଥିବା ସେ କହିଛନ୍ତି।

Share