Categories: ବାଣିଜ୍ୟ

୨୦୨୬ ସୁଦ୍ଧା ଓଲା, ଉବର ଗାଡ଼ି ହେବ ଇଲେକ୍ଟ୍ରିକ

ନୂଆଦିଲ୍ଲୀ,୭-୬: ଖୁବଶୀଘ୍ର ଦେଶର ସଡ଼କରେ ଇଲେକ୍ଟ୍ରିକ କ୍ୟାବ୍‌ ଦେଖିବାକୁ ମିଳିବ। କେନ୍ଦ୍ର ସରକାର ଓଲା ଓ ଉବର ଭଳି ଆପ୍‌ ଆଧାରିତ କ୍ୟାବ୍‌ ସର୍ଭିସ ଉପଲବ୍ଧ କରାଉଥିବା କମ୍ପାନୀଗୁଡ଼ିକ ପାଇଁ ନିଜ ଅଧୀନରେ ଥିବା ୪୦% ଗାଡ଼ିକୁ ଇଲେକ୍ଟ୍ରିକ କରିବାର ବାଧ୍ୟତାମୂଳକ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ସ୍ବଚ୍ଛ ପରିବହନ ଲାଗି ସରକାର ଏ ସଂକ୍ରାନ୍ତରେ ଏକାଧିକ ଥର ବୈଠକରେ ବସି ଆଲୋଚନା କରିଛନ୍ତି। ସଫ୍ଟ ବ୍ୟାଙ୍କ ସମୂହ ଦ୍ୱାରା ପରିଚାଳିତ ଉବର ଏବଂ ଓଲା ଆସନ୍ତା ବର୍ଷ ନିଜ ଅଧୀନରେ ଥିବା ଗାଡ଼ି ମଧ୍ୟରୁ କେତେକକୁ ଇଲେକ୍ଟ୍ରିକ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ହେବ। ୨୦୨୧ ସୁଦ୍ଧା ୨.୫%, ୨୦୨୨ ସୁଦ୍ଧା ୫% ଏବ ୨୦୨୩ ସୁଦ୍ଧା ୧୦% ଗାଡ଼ି ଇଲେକ୍ଟ୍ରିକ ହୋଇଯିବା ବାଧ୍ୟତାମୂଳକ ହେବ। ୨୦୨୬ ସୁଦ୍ଧା ଏହା ୪୦%ରେ ପହଞ୍ଚତ୍ବା ଆବଶ୍ୟକ ହେବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଲା ଭଳି କେତେକ କମ୍ପାନୀ ଇଲେକ୍ଟ୍ରିକ ଗାଡ଼ି ପ୍ରଚଳନ ଆରମ୍ଭ କରିଥିଲେ। ତେବେ ଭିତ୍ତିଭୂମି ଅଭାବ ଏବଂ ବ୍ୟୟବୃଦ୍ଧି କାରଣରୁ ଏ କ୍ଷେତ୍ରରେ ସେଭଳି ସଫଳତା ମିଳି ନ ଥିଲା। କେନ୍ଦ୍ର ସରକାର ୨୦୧୫ ପ୍ୟାରିସ୍‌ ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ଅଶୋଧିତ ତେଲ ଆମଦାନୀ କମାଇବା ଏବଂ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ଚାହୁଁଛନ୍ତି।

Share