୨୦୨ ପ୍ରବାସୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଇଏନ୍‌ଏସ୍‌ ମଗର

ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ରବିବାର ନୌସେନାର ଜାହାଜ ଆଇଏନ୍‌ଏସ୍‌ ମଗର ୨୦୨ ପ୍ରବାସୀଙ୍କୁ ନେଇ ଭାରତ ମୁହାଁ ହୋଇଛି। ଏଥିରେ ୨୪ ଜଣ ମହିଳା, ୨ ଗର୍ଭବତୀ ମହିଳା, ୨ ଶିଶୁ ରହିଛନ୍ତି। ଇତିମଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲାଶ୍ୱ ମାଳଦ୍ୱୀପର ମାଲେ ବନ୍ଦରରୁ ୬୯୮ ଭାରତୀୟଙ୍କ ନେଇ କୋଚି ବନ୍ଦରରେ ପହଞ୍ଚିଛି।

Share