Categories: ଜାତୀୟ

୨୦୩୦ ସୁଦ୍ଧା ନିର୍ମାଣ ହେବ ୨୧ ନୂଆ ନ୍ୟୁକ୍ଲିୟର ରିଆକ୍ଟର: ଶକ୍ତି ଉତ୍ପାଦନରେ ବଢ଼ିବ ଆତ୍ମନିର୍ଭରଶୀଳତା

ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୦୩୦ ସୁଦ୍ଧା ଦେଶରେ ୨୧ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ କରାଯିବ। ଇତିମଧ୍ୟରେ ୭ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଖୁବ୍‌ ଶୀଘ୍ର ୧୭ଟି ନୂଆ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆଣବିକ ଶକ୍ତି ବିଭାଗ ସଚିବ କେ.ଏନ୍‌. ବ୍ୟାସ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ବଢ଼ିବ ବୋଲି ସେ କହିଛନ୍ତି। ଯୋଜନାବଦ୍ଧ ଭାବେ ଭାରତ ଏହି କ୍ଷେତ୍ରରେ ଅଗ୍ରସର ହେଉଥିବା ସେ ପ୍ରକାଶ କରିଛନ୍ତି।

Share