୨୦୩୦ ସୁଦ୍ଧା ରୋବଟ ଯୋଗୁ ୨ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ଓ୍ବାଶିଂଟନ,୨୬।୬: ଆର୍ଥିକ ବିକାଶ ପାଇଁ ଏବେ ପୃଥିବୀର ପ୍ରତି ରାଷ୍ଟ୍ରରେ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରରେ ଅଟୋମେଶନ ତଥା ରୋବଟ୍‌ର ଉପଯୋଗ କରାଯାଉଛି। ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଶୀଘ୍ର ହେବା ସହିତ କମ୍ପାନୀଗୁଡ଼ିକର କାରବାର ବୃଦ୍ଧି ପାଉଛି। ତେବେ ଏସବୁ ଦ୍ୱାରା ଲୋକେ ନିଯୁକ୍ତି ସୁଯୋଗ ହରାଉଛନ୍ତି। ଏହି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ରୋବଟ ଏବଂ ଅଟୋମେଶନ ଯୋଗୁ ୨ କୋଟିରୁ ଅଧିକ ଲୋକ ଚାକିରି ହରାଇବାର ଆଶଙ୍କା ରହିବ। ଅକ୍ସଫୋର୍ଡ ଇକୋନୋମିକ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ନିଯୁକ୍ତି ସୁଯୋଗ କମ୍‌ ହେବାଯୋଗୁ ସମାଜରେ ଅପରାଧ ଅଧିକ ଘଟିବାର ଆଶଙ୍କା ରହିବ। ଏହାଦ୍ୱାରା ସାମାଜିକ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡ଼ିବ । ଅଟୋମେଶନ ତଥା ରୋବଟ୍‌ର ଉପଯୋଗ ଦ୍ୱାରା କାରବାର ବୃଦ୍ଧି ଯୋଗୁ ଲାଭାଶଂ ୨୦୩୦ ସୁଦ୍ଧା ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share