Advertisement
Categories: ଖେଳ

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି ମେଗା ଇଭେଣ୍ଟ ଆୟୋଜନ କରିବ ବୋଲି ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା କହିଛନ୍ତି। ଅଲିମ୍ପିକ୍ସ ଭଳି ଇଭେଣ୍ଟ ଆୟୋଜନ କରିବା ଲାଗି ସହରରେ ଗୋଟିଏ ଅନ୍ତର୍ଜାତୀୟ ବିମାନବନ୍ଦର ଦରକାର। ଦେଶର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରକୁ ମଧ୍ୟ ଏଥିନେଇ ଗୁରୁତ୍ୱ ଦିଆଯାଉଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସମୟ ରହିଛି। ୨୦୨୬ ୟୁଥ ଅଲିମ୍ପିକ୍ସ ଗେମ୍ସ ଆୟୋଜନ ଅଧିକାର ପାଇଁ ମଧ୍ୟ ବିଡ୍‌ ଦାଖଲ କରିବୁ। ଏହାବାଦ୍‌ ୨୦୩୦ ଏସିଆନ୍‌ ଗେମ୍ସ ଆୟୋଜନ ନିମନ୍ତେ ମଧ୍ୟ ଇଚ୍ଛା ପ୍ରକାଶ କରିଛୁ। ଏଣୁ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ଶେଷ ହେବା ଦରକାର ବୋଲି ସେ ଏଠାରେ ଫିବା ଏସିଆ କପ୍‌ ବାସ୍କେଟବଲ ୨୦୨୧ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଯୋଗଦେଇ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel