୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ

ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ ମାନବ ମିଶନ ପଠାଯିବାର ଯୋଜନା ରହିଛି। ତେବେ କେତେକ ମହାକାଶ ବିଜ୍ଞାନୀ ଏହି ମିଶନ ଏତେ ଶୀଘ୍ର ସମ୍ଭବ ହେବନି ବୋଲି ସୂଚନା ଦେଇଛନ୍ତି। ଏଥି ପାଇଁ ଅଧିକ ୨୭ ବର୍ଷ ଲାଗିପାରେ ବୋଲି ସେମାନେ କହିଛନ୍ତି। ଆବଶ୍ୟକୀୟ ଜ୍ଞାନକୌଶଳ ଦ୍ୱାରା ମଙ୍ଗଳ ମିଶନ ୨୦୬୦ରେ ହୁଏତ ସମ୍ଭବ ହେବାର ଆଶାା ଥିବା ସେମାନେ ମତପୋଷଣ କରିଛନ୍ତି। ପ୍ରତି ୨୬ ମାସରେ ମଙ୍ଗଳ ଏବଂ ପୃଥିବୀ ପରସ୍ପରର ନିକଟତର ହୋଇଥାନ୍ତି। ଏହି ସମୟରେ ମଙ୍ଗଳ ମିଶନ ଆରମ୍ଭ ହେଲେ କମ୍‌ ଦୂରତା ଅତିକ୍ରମ କରିବାକୁ ପଡ଼ିବ ବୋଲି ହଟ୍‌ସନ୍‌ ମହାକାଶ ଗବେଷଣା ନ୍ଦ୍ରେର ମୁଖ୍ୟ ରବର୍ଟ ହାଓ୍ବାର୍ଡ କହିଛନ୍ତି। ଚନ୍ଦ୍ର କିମ୍ବା ମଙ୍ଗଳକୁ ଯିବା ପାଇଁ ମାନସିକସ୍ତରରେ ପ୍ରସ୍ତୁତି ହେବାକୁ ସମୟ ଲାଗିବ। ଏଥିପାଇଁ ସମଗ୍ର ମାନବ ସମାଜ ଏକଜୁଟ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Share