ମେଟ୍ ଗାଲା ୨୦୨୩ ଇଭେଣ୍ଟରେ ନିଜର ପୋଷାକକୁ ନେଇ ବେଶ ଚର୍ଚ୍ଚାକୁ ଆଶିଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ବ୍ଲାକ ଆଣ୍ଡ ହ୍ବାଇଟ କଲର୍ ଆଉଟଫିଟ ସହ ପ୍ରିୟଙ୍କା ତାଙ୍କ ବେକରେ ଏକ ସୁନ୍ଦର ଡାଏମଣ୍ଡ ନେକଲେସ ପିନ୍ଧିଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କାଙ୍କ ବେକକୁ ଏହି ହାରଟି ଖୁବ ସୁନ୍ଦର ମାନୁଛି।
ତେବେ ବର୍ତ୍ତମାନ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଚୋପ୍ରା ପିନ୍ଧିଥିବା ୧୧.୬ କ୍ୟାରେଟ ହୀରା ନେକଲେସ୍ଟି ବୁଲଗରୀ ଦ୍ୱାରା ଡିଜାଇନ କରାଯାଇଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଟୁଇଟ୍ ଅନୁଯାୟୀ, ଏହି ହାରର ମୂଲ୍ୟ ୨୫ ମିଲିୟନ ଆମେରିକୀୟ ଡଲାର୍ (୨,୦୪,୩୮,୫୭,୫୦୦ ଟଙ୍କା)। ଏହି ମୂଲ୍ୟ ଆପଣଙ୍କୁ ଚକିତ କରିପାରେ, କିନ୍ତୁ ଦାବି ଅନୁଯାୟୀ, ୨ ବିଲିୟନ ମୂଲ୍ୟର ଏହି ହାରଟି ଇଭେଣ୍ଟ ପରେ ନିଲାମ ହେବ। ଟ୍ଟୁଇଟ୍ରେ କୁହାଯାଇଛି ୨୦୪ କୋଟି ଟଙ୍କାର ଏହି ହୀରା ହାର ବୁଲଗେରୀରୁ ଆସିଛି ଏବଂ ଗାଲା ଇଭେଣ୍ଟ ପରେ ଏହାକୁ ନିଲାମ କରାଯିବ।
ସୂଚନାଯୋଗ୍ୟ, ସମସ୍ତେ ପ୍ରତିବର୍ଷ ଫ୍ୟାଶନ ଇଭେଣ୍ଟ ମେଟ ଗାଲାକୁ ଅପେକ୍ଷା କରି ରହିଥାନ୍ତି। ଏହା ଏପରି ଏକ ଇଭେଣ୍ଟ, ଯେଉଁଠାକୁ ଦେଶର ବିଭିନ୍ନ ସ୍ଥାନରୁ ବଡ ବଡ଼ ଷ୍ଟାରମାନେ ଚମତ୍କାର ପୋଷାକ ପିନ୍ଧି ରେଡ କାର୍ପେଟରେ ପହଞ୍ଚିଥାନ୍ତି। ଏହି ଫ୍ୟାଶନ ଇଭେଣ୍ଟ ମେ ୧ରୁ ଆରମ୍ଭ ହୋଇଥିବା ବେଳେ ସେଠାକୁ ଅନେକ ଭାରତୀୟ କଳାକାର ମଧ୍ୟ ଯାଇଥିବା ଦେଖାଯାଇଛି।