୨୦୬ ନଂ. କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୫(ବ୍ୟୁରୋ)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ୨୦୬ ନଂ. କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରାଯାଇଛି। ଆକ୍ରାନ୍ତ ଯୁବକଙ୍କ ବୟସ ୩୫ ବର୍ଷ ହୋଇଥିବାବେଳେ ସେ ମୟୁରଭଞ୍ଜ ଜିଲା ବୋଲି ସୂଚନା ମିଳିଛି। ସେହିପରି ସେ ଗତ କିଛିଦିନ ତଳେ ସୁରତରୁ ଫେରିଥିଲେ। ଆକ୍ରାନ୍ତ ଯୁବକ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଇଛି।