୨୦୯ ବର୍ଷ ପୁରୁଣା କବରସ୍ତାନରେ ହେବ ରେଳଷ୍ଟେଶନ: ବାହାର କରାଯିବ ୬ହଜାର ୫ଶହ ମଣିଷ କଙ୍କାଳ

ବର୍ମିଂହାମ୍‌,୨୪।୯: ବ୍ରିଟେନରେ ଏକ ୨୦୯ ବର୍ଷ ପୁରୁଣା କବରସ୍ତାନରେ ରେଳଷ୍ଟେଶନ କରାଯିବା ଳାଗି ଯୋଜନା ହୋଇଛି। ଏଠାରେ ଏଚଏସଟୁ ରେଳଷ୍ଟେଶନ ନିର୍ମାଣ କରାଯିବ। ଏଥିପାଇଁ ଏହି କବରସ୍ତାନରୁ ୬ ହଜାର ୫ ଶହ ମଣିଷ କଙ୍କାଳ ବାହାର କରାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ୧୮୧୦ରେ ଏହି କବରସ୍ତାନ ନିର୍ମିତ ହୋଇଥିଲା। ତେବେ ଗତ ୪୬ ବର୍ଷ ଧରି ଏଠାରେ କାହାକୁ କବର ଦିଆଯାଇନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏଠାରେ ୧୨ ମାସ ହେଲା ଖୋଦନ କରାଯାଇ ରେଳଷ୍ଟେଶନ ଲାଗି ଏହା ଉପଯୋଗୀକି ନାହିଁ ତାହା ପରୀକ୍ଷା କରାଯାଇଥିଲା।

Share