ମୁମ୍ବାଇ, ୧୬।୬: ଟିଭି ଧାରବାହିକ ‘କସୌଟି ଜିନ୍ଦେଗୀ କେ-୨’ର ଶୁଟିଂ ୨୦ ଜୁନରୁ ଆରମ୍ଭ ହେବ। ଏନେଇ ଏକତା କପୁର ନିର୍ଦ୍ଦେଶ ଦେଇଥିବା ଟିମ୍ ପକ୍ଷରୁ କୁହାଯାଇଛି। ଶୁଟିଂ ଆରମ୍ଭ ହୋଇଥିବାରୁ ଏହାର ପରବର୍ତ୍ତୀ ଏପିସୋଡ଼ ଦର୍ଶକ ଜୁଲାଇ ମାସଠାରୁ ଦେଖିପାରିବେ ବୋଲି କୁହାଯାଉଛି। ଶୁଟିଂ ସେଟରେ ପାର୍ଥ ସମଥାନ ଏବଂ ଏରିକା ଫର୍ନାଡିଜ୍ ଅନ୍ୟ କଳାକାଳଙ୍କ ସହିତ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ଶୁଟିଂ ପାଇଁ ମହାରାଷ୍ଟ୍ର ସରକାର ସବୁଜ ସଙ୍କେତ ଦେବାପରେ ଏକତା କପୁର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କରୋନା ସଂକ୍ରମଣ ନେଇ ଏରିକା ଶୁଟିଂ କରିବାକୁ ଅମଙ୍ଗ ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ନିଜର ସହମତି ପ୍ରକାଶ କରିଛନ୍ତି। ଲକ୍ଡାଉନରେ କଳାକାରଙ୍କ ପାରିଶ୍ରମିକ କମ୍ କରିବାକୁ କିଛି ପ୍ରଯୋଜକ କହିଥିଲେ। ତେବେ ଏଭଳି କରିବାକୁ ଏକତା ରୋକଠୋକ ମନା କରିଦେଇଥିଲେ। ଶୁଟଠିଂ ଆରମ୍ଭ ହେବାକୁ ଯାଉଥିବାରୁ ଟିମ୍ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।