୨୦ ଦିନ ଲକ୍‌ଡାଉନ୍‌ ନ ହେଲେ ବେଙ୍ଗାଲୁର ପାଲଟିବ ବ୍ରାଜିଲ୍‌: କୁମାରସ୍ବାମୀ

ବେଙ୍ଗାଲୁର, ୨୩।୬: କର୍ନାଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅନ୍‌ଲକ୍‌ ଏତେ ଶୀଘ୍ର ହେବାର ନ ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ବ୍ୟବସ୍ଥା ଜାରି ରଖିବା ଲାଗି ହୋଇଥିବା ନିଷ୍ପତ୍ତି ଦ୍ୱାରା ନୂଆ ସଂକ୍ରମଣ ରୋକିବା ସମ୍ଭବ ହେବ ନାହିଁ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। କର୍ନାଟକର ରାଜଧାନୀ ବେଙ୍ଗାଲୁରରେ ୨୦ ଦିନିଆ ଲକ୍‌ଡାଉନ୍‌ ଘୋଷଣା ଲାଗି ସେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ନଚେତ ବେଙ୍ଗାଲୁରର ଅବସ୍ଥା ବ୍ରାଜିଲ୍‌ ଭଳି ହେବ ବୋଲି କୁମାରସ୍ବାମୀ ଟୁଇଟ୍‌ କରି କହିଛନ୍ତି।

Share