୨୦ ପ୍ରବାସୀଙ୍କୁ ପଠାଗଲା ମଧ୍ୟପ୍ରଦେଶ

ଜୁନାଗଡ଼,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରକୁ କିଛିମାସ ତଳେ ପେଟପାଟଣା ପାଇଁ ମଧ୍ୟପ୍ରଦେଶ ରାଜ୍ୟ ଜବଲପୁରରୁ ୨୦ ଜଣ ପ୍ରବାସୀ ଲୁହା(କମାର) କାମ କରିବାକୁ ଆସିଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁ ସେମାନେ ନିଜ ଅଞ୍ଚଳକୁ ଯାଇ ନ ପାରି ଏଠାରେ ଫସି ରହିଥିଲେ। ଏପରିସ୍ଥଳେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓ ସ୍ଥାନୀୟ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଜୁନାଗଡ଼ ମାରୱାଡି ଯୁବା ମଞ୍ଚର ଆଶିଷ ଗୋୟଲ,ଅମିତ ଗୁପ୍ତା,ମହେଶ ଅଗ୍ରୱାଲ,ବିବେକ ଅଗ୍ରୱାଲ ପ୍ରମୁଖ ନିଜ ନିଜ ଭିତରେ ଟଙ୍କା ସଂଗ୍ରହ କରି ଏକ ଭଡ଼ା ଗାଡ଼ି କରି ପ୍ରବାସୀମାନଙ୍କୁ ପଠାଇଥିଲେ। ଏପରି ସେବା କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଇଛି।

Share