୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରୁଛନ୍ତି ଚିତ୍ରକର

ହାଭାନା, ୨୨।୬: କ୍ୟୁବାର ଜଣେ ଚିତ୍ରକର ୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହା ଏକ ନିଆରା ଅନୁଭୁତି ବୋଲି ୪୨ ବର୍ଷ ବୟସ୍କ ଚିତ୍ରକର ସେଣ୍ଡର ଗୋଞ୍ଜାଲେସ୍‌ ସୂଚନା ଦେଇଛନ୍ତି। ୬ ବର୍ଷତଳେ ସେ ଡାଇଭିଂ ପାଇଁ ଏଠାକୁ ଆସିଥିଲେ। ଏଠାକାର ଶାନ୍ତ ସମୁଦ୍ର ତଳ ତାଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ଏଠାରେ ପେଣ୍ଟିଂ କରିବା ଲାଗି ସେ ଚିନ୍ତା କରିଥିଲେ। ସେ ପେଟିଂରେ କୋଇଲା ଏବଂ ଅଏଲ୍‌ ପେଣ୍ଟ୍‌ର ବ୍ୟବହାର କରୁଥିବା କହିଛନ୍ତି। ସେ ସ୍ବତନ୍ତ୍ର ପୋଷାକ ଏବଂ ଅକ୍ସିଜେନ ସିଲିଣ୍ଡର ନେଇ ପେଣ୍ଟିଂ କରିବାକୁ କିଛି ସାଥୀଙ୍କ ସହାୟତାରେ ସମୁଦ୍ର ତଳେ ପହଞ୍ଚିଥାନ୍ତି। ସମୁଦ୍ର ତଳେ କରୁଥିବା ପେଣ୍ଟିଂକୁ ସେଣ୍ଡର ଏକ ହଜାର ଡଲାର ଅର୍ଥାତ୍‌ ପ୍ରାୟ ୭୦ ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ଏହି ସ୍ଥାନକୁ ସରକାର ଅଣ୍ଡରଗ୍ରାଉଣ୍ଡ୍‌ ଆର୍ଟ ଏରିଆ ଭାବେ ବିକଶିତ କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି।

Share