୨୦ ବର୍ଷରେ ଚାଇନାରୁ ଆରମ୍ଭ ହୋଇଛି ୫ ପ୍ରକାର ଭୂତାଣୁ ସଂକ୍ରମଣ: ଏହାର ସମାଧାନ ଜରୁରୀ, କହିଲା ଆମେରିକା

ଓ୍ବାଶିଂଟନ,୧୩।୫: ଗତ ୨୦ ବର୍ଷ ମଧ୍ୟରେ ଚାଇନାରୁ ୫ ପ୍ରକାର ଭୂତାଣୁ ସଂକ୍ରମଣ ହୋଇଛି। ଏସବୁ ଦ୍ୱାରା ପୃଥିବୀ ଉପରେ ସଙ୍କଟ ଦେଖାଦେଇଛି। ଏଭଳି ସଂକ୍ରମଣର ସମାଧାନ ଜରୁରୀ ବୋଲି ଆମେରିକା କହିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନ୍‌ ଏନେଇ ଚାଇନା ଉପରେ ଦୋଷାରୋପ କରିଛନ୍ତି। ସମ୍ପ୍ରତି ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀରେ ମହାମାରୀ ଲାଗି ରହିଛି। ଏହା ପୂର୍ବରୁ ଚାଇନାରୁ ସୃଷ୍ଟି ହୋଇଥିବା ସାର୍ସ, ଏଭିଆନ୍‌ ଫ୍ଲୁ, ସ୍ବାଇନ୍‌ ଫ୍ଲୁ ଆଦି ଯୋଗୁ ପୃଥିବୀର ଅର୍ଥନୀତିରେ ସଙ୍କଟ ଦେଖାଦେଇସାରିଛି। ତେବେ ଏଣିକି ଆଉ ଏଭଳି ଘଟଣାକୁ ସହ୍ୟ କରାଯିବ ନାହିଁ। ଏଭଳି ସମସ୍ୟାର ସମାଧାନ ଶୀଘ୍ର ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଓ ବ୍ରିଏନ୍‌ ଚାଇନାରୁ ସୃଷ୍ଟି ହୋଇଥିବା ୪ଟି ଭୂତାଣୁ ସଂକ୍ରମଣର ନାମ କହିଥିଲେ ମଧ୍ୟ ପଞ୍ଚମ ସଂକ୍ରମଣ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି।

Share