Categories: ଜାତୀୟ

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ୨ ଲକ୍ଷ ୭୩ ହଜାର ୬ ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ୫ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ୭ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share