୨୦ ବର୍ଷ ପରେ ପରଦାକୁ ଆସୁଛି ‘ହୋଗି ପ୍ୟାର୍‌ କି ଜିତ୍‌ ’, ନିର୍ମାତାଙ୍କ ପ୍ରଥମ ପସନ୍ଦ ରାଜକୁମାର

ପ୍ରାୟ ୨୦ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି ଫିଲ୍ମ ‘ହୋଗି ପ୍ୟାର୍‌ କି ଜିତ୍‌’। ନିର୍ମାତା ଅନୀଲ ଶର୍ମା ଏବେ ଏହାର ସ୍ବିକ୍ୱେଲ ଉପରେ କାମ କରୁଛନ୍ତି। ଏହି ରୋମାଣ୍ଟିକ୍‌, ଡ୍ରାମା ଭିତ୍ତିକ ଫିଲ୍ମ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି ଅଭିନେତା ରାଜକୁମାର ରାଓ। ତେବେ ରାଜକୁମାର ଏହା ଉପରେ କୌଣସି ନିସ୍ପତ୍ତି ନେଇ ନ ଥିବା ଜଣାପଡ଼ିଛି। ଫିଲ୍ମର ଅନ୍ୟ କଳାକାରଙ୍କ ଚୟନ ହୋଇ ନ ଥିବା ବେଳେ ଏହାର ଏକ ପ୍ରମୁଖ ଚରିତ୍ରରେ ଅଭିନେତା ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ।
ମୂଳ ସିନେମା ୧୯୯୯ରେ ମୁକ୍ତିଲାଭ କରିଥିଲା। କମ୍‌ ବଜେଟ୍‌ରେ ହୋଇଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଏହାର ପ୍ରମୁଖ ଚରିତ୍ରରେ ଅଜୟ ଦେବ୍‌ଗନ୍‌, ଅର୍ଶଦ ଓ୍ବାର୍ସି, ନେହା, ମୟୂରୀ କାଙ୍ଗୋ ଅଭିନୟ କରିଥିଲେ।

Share