୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ସମ୍ପର୍କରେ ଅପରାହ୍ନ ୪ଟାରେ ସୂଚନା ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ ଅର୍ଥନୀତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜ ସମ୍ପର୍କରେ ବୁଧବାର ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେବେ। କେଉଁ ସେକ୍ଟରକୁ କେତେ ପରିମାଣର ଆର୍ଥିକ ସହାୟତା ମିଳିବ ସେନେଇ ଅର୍ଥମନ୍ତ୍ରୀ ଏହି ସମ୍ମିଳନୀରେ ପ୍ରକାଶ କରିବେ ବୋଲି କୁହାଯାଉଛି।

Share