୨୦ ହଜାର କରୋନାଭାଇରସ ରୋଗୀଙ୍କୁ ମାରିବାକୁ ଅନୁମତି ମାଗିଛି କି ଚାଇନା!

ବେଜିଂ,୧୦।୨: ଚାଇନାରେ କାୟା ବିସ୍ତାର କରିଥିବା କରୋନାଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଭାରତ ଓ ଆମେରିକା ସମେତ ବିଶ୍ୱର ଆଉ କିଛି ଦେଶ ଏହାକୁ ନେଇ ଚାଇନାକୁ ସାହାଯ୍ୟର ହାତ ବଢାଇଛନ୍ତି। ଚାଇନାରେ ସୋମବାର ସୁଦ୍ଧା କରୋନାଭାଇରସରେ ପ୍ରାୟ ୯୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଗଲାଣି। ରବିବାର ଏହି କରୋନାଭାଇରସ ସଂକ୍ରମଣରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୬୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଭାଇରାଲ ହେବାରେ ଲାଗିଛି କି ଚାଇନା ଚାହୁଁଛି ୨୦ ହଜାର କରୋନା ସଂକ୍ରମିତଙ୍କୁ ମାରିବା। ଏଥିପାଇଁ ସେ କୋର୍ଟରେ ଆବେଦନ କରିଛି। ଏମିତି କଲେ କରୋନାଭାଇରସ ଉପରେ ନିୟନ୍ତ୍ରଣ ଆସିବ ବୋଲି କୁହାଯାଉଛି। ତେବେ ଏହା କେତେଦୂର ଠିକ୍‌ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପରେ ଚାଇନା ପ୍ରଶାସନ ଏହାକୁ ମିଛ ଖବର କହିବା ସହ କରୋନାଭାଇରସକୁ ରୋକିବାକୁ ଚାଇନା ଉଦ୍ୟମ ଜାରି ରଖିଥିବା କୁହିଛି। ଏହାସହ ଏଭଳି ଭୁଲ୍‌ ଖବର ପ୍ରଚାର ପ୍ରସାର ନ କରିବାକୁ ମଧ୍ୟ ଚାଇନା ଅନୁରୋଧ କରିଛି।

Share