୨୧୧ ଅମାନିଆ ଗଣିଲେ ୪୨,୭୦୦ ଟଙ୍କା

ବରଗଡ଼ ଅଫିସ୍‌,୨।୫: କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଥିବାବେଳେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଗୁରୁତ୍ୱ ଦିଆଯାଉଛି । ମାତ୍ର କେତେକ ସ୍ଥଳେ ଲୋକେ ଏହାକୁ ଉଲ୍ଲଂଘନ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ସମ୍ପୃକ୍ତ ଅମାନିଆମାନଙ୍କଠାରୁ ଜୋରିମାନା ଅସୁଲି କରାଯାଉଛି । ଶୁକ୍ରବାର ଏଭଳି ଭାବେ ୨୧୧ଜଣ ଅମାନିଆଙ୍କଠାରୁ ମୋଟ୍‌ ୪୨ହଜାର ୭୦୦ ଟଙ୍କା ଜୋରିମାନା ଅସୁଲି ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ମାସ୍କ ବାନ୍ଧି ନଥିବା ଯୋଗୁ ୨୦୭ଜଣଙ୍କଠାରୁ ୪୦ହଜାର ୭୦୦, ସାମାଜିକ ଦୂରତ୍ୱ ଉଲ୍ଲଂଘନ ଯୋଗୁ ୨ଜଣଙ୍କଠାରୁ ୧ହଜାର, କଟକଣା ସତ୍ତ୍ବେ ଦୋକାନ ଖୋଲିଥିବା ଯୋଗୁ ୨ଜଣଙ୍କଠାରୁ ୧ହଜାର ଟଙ୍କା ଜୋରିମାନା ଅସୁଲି ହୋଇଛି।

Share