ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ ପାଇଁ ନିଜର ସମ୍ପତ୍ତି ବିକିବାରେ ଲାଗିଛନ୍ତି। ସଡ଼କଠାରୁ ଆରମ୍ଭ କରି ରେଡିଓ ଷ୍ଟେଶନ ଏପରି ୭ କମ୍ପାନୀର ସମ୍ପତ୍ତି ବିକିବା ଲାଗି ସେ ଏବେ ଅଣ୍ଟାଭିଡିିଛନ୍ତି। ଏହି ବିକ୍ରିରୁ ସେ ପ୍ରାୟ ୨୧,୭୦୦କୋଟି ଟଙ୍କା(୩.୨ ବିଲିୟନ ଡଲାର) ଅର୍ଥ ଯୋଗାଡ କରିବେ ବୋଲି ଆଶାକରାଯାଉଛି। ଏହି ଅର୍ଥକୁ ନେଇ ସେ ଋଣ ପରିଶୋଧ କରିବେ। ତାଙ୍କ ଉପରେ ଏବେ ମୋଟ ୯୩,୯୦୦ କୋଟି ଟଙ୍କାର ବକେୟା ଋଣ ରହିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ରିଲାଏନ୍ସ କମ୍ୟୁନିକେଶନ୍ସ ବ୍ୟତୀତ ଗ୍ରୁପ୍ର ୪ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ ଉପରେ ସର୍ବାଧିକ ୩୮,୯୦୦ କୋଟି, ରିଲାଏନ୍ସ ପାଓ୍ବାର ଉପରେ ୩ ହଜାର କୋଟି, ରିଲାଏନ୍ସ ଇନ୍ଫ୍ରା ଉପରେ ୧୭,୮୦୦ କୋଟି, ରିଲାଏନ୍ସ ଇଞ୍ଜିନିୟରିଂ ଉପରେ ୭ ହଜାର କୋଟି ଟଙ୍କାର ବକେୟା ଋଣ ରହିଛି। ସେହିପରି ରିଲାଏନ୍ସ କମ୍ୟୁନିକେଶନ୍ସ (ଆର୍କମ୍) ୩୫,୬୦୦ କୋଟି ଟଙ୍କା ପରିଶୋଧ କରିବାକୁ ବାକି ଅଛି।