Advertisement

୨୧୮୧୪ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ,୬ା୪(ଡି.ଏନ.ଏ): ଦେବଗଡ ଜିଲାର ତିନୋଟି ବ୍ଲକର ୬୧ ପଞ୍ଚାୟତର ୨୩୨୨ ଏବଂ ପୌରାଞ୍ଚଳରେ ୩୦୦ଜଣ ଅସହାୟ, ନିରାଶ୍ରୟ ଏବଂ ଶ୍ରମିକଙ୍କୁ ଦୈନିକ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ସୋମବାର ବାରକୋଟ ବ୍ଲକର ୨୪ ପଞ୍ଚାୟତରେ ୧୦୩୩ଜଣ ବୟସ୍କ ଏବଂ ୧୨୩ଜଣ ଶିଶୁ, ରିଆମାଳ ବ୍ଲକର ୨୦ ପଞ୍ଚାୟତରେ ୫୦୦ଜଣ ବୟସ୍କ ଏବଂ ୧୧୪ଜଣ ଶିଶୁ ଓ ତିଲେଇବଣି ବ୍ଲକର ୧୭ ପଞ୍ଚାୟତରେ ୪୮୬ଜଣ ବୟସ୍କ ଓ ୬୬ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଜିଲାରେ ୨୧୮୧୪ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel